ମୁଖ୍ୟ ଖବର

ଚାଳିଶଟି ଅର୍ବାନ ଲୋକାଲବଡ଼ିକୁ ଦିଆଗଲା ସ୍ପେଶାଲ ପ୍ଲାନିଂ ଅଥରିଟିର କ୍ଷମତା

By Biswaranjan Pattnaik

August 02, 2023

ଅନୁଗୁଳ: ରାଜ୍ୟର ଚାଳିଶ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପାଳିକାକୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ସ୍ପେଶଲ୍ ପ୍ଲାନିଙ୍ଗ ଅଥରିଟିର କ୍ଷମତା ପ୍ରଦାନ କରିଛି।ଗତ ୨୭ ତାରିଖରେ ଚିଠି ମାଧ୍ୟମରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି। ନିର୍ବାହୀ ଅଧିକାରୀ ମାନେ ଏହି ଅଥରିଟିର ଦାୟିତ୍ୱରେ ରହିବେ।ସହର ପାଇଁ ମାଷ୍ଟର ପ୍ଲାନ୍ ତିଆରି କରିବା ସହ ରାସ୍ତା ଡ୍ରେନ ଅନୁରୂପ ଢଙ୍ଗରେ କିଭଳି ତିଆରି ହେବ ଏବଂ ଲୋକମାନେ ସେମାନଙ୍କ ଘର କୋଠା ବାଡି କିଭଳି ମାଷ୍ଟର ପ୍ଲାନ୍ ରେ ଥିବା ଗାଇଡ ଲାଇନ୍ ଅନୁସାରେ କରିବେ ତାହା ଦେଖିବା ଦାୟିତ୍ବ ଅଥରିଟି ହାତରେ ନ୍ୟସ୍ତ କରାଯାଇଛି।

ଅନୁଗୁଳ ଜିଲ୍ଲାର କୌଣସି ଅର୍ବାନ ଲୋକାଲବଡି ଏହି ତାଲିକାରେ ନ ଥିବା ବେଳେ ଅନୁଗୁଳର ପୂର୍ବତନ ସିଓ ତଥା ଚାନ୍ଦବାଲି ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଙ୍କୁ ଉଭୟ ଚାନ୍ଦବାଲି ଓ ଧାମରା ଅଥରିଟିର ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ଦିଆ ଯାଇଛି ।