ମୁଖ୍ୟ ଖବର

ଅନୁଗୋଳ ଜିଲ୍ଲାରେ ୯ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

By Angul TV Bureau

November 06, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ୯ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

ଏହି ପର୍ଯ୍ୟାୟରେ ଆଠମଲ୍ଲିକ ବ୍ଲକରେ ୧ଟି, ବଅଁରପାଳରେ ୫ଟି, ଛେଣ୍ଡିପଦାରେ ୨ଟି ଓ କିଶୋରନଗର ବ୍ଲକରେ ୧ଟି ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି ଜିଲ୍ଲାସ୍ତରୀୟ ଉତ୍ସବ ବଅଁରପାଳ ବ୍ଲକର କୁମଣ୍ଡ-ଜରାସିଂହା ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ହୋଇଥିଲା। ଏଥିରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ସାଂସଦଙ୍କ ପ୍ରତିନିଧି ସୁଦିପ ଗଡ଼ନାୟକ, ଜିଲ୍ଲାପାଳ ଅବ୍‌ଦାଲ୍ ମୁହମ୍ମଦ ଅଖ୍‌ତର ଓ ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦଙ୍କ ସମେତ ବହୁ ଜନପ୍ରତିନିଧି ଓ ଶିକ୍ଷକ ଯୋଗଦେଇଥିଲେ। କିଶୋରନଗର ବ୍ଲକରେ ଆୟୋଜିତ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଯୋଗ ଦେଇଥିଲେ।

ଏହି ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା ହେବା ଦ୍ୱାରା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଉନ୍ନତ ଶିକ୍ଷା ସୁବିଧା ପାଇବା ସହ ଶିକ୍ଷାର ମାନ ବୃଦ୍ଧି ଓ ସମାନ ଶିକ୍ଷା ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।