ମୁଖ୍ୟ ଖବର

ଅନୁଗୁଳରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

By Angul TV Bureau

November 27, 2025

ଅନୁଗୁଳ: ମୁନିସିପାଲିଟି ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ଲକିଟାଇପ୍ ଛକ ଠାରୁ ଇଡକୋ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଏବଂ ୧୪ ନମ୍ବର ୱାର୍ଡରେ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଅନୁଗୁଳ ପୌରପାଳିକାର ଅଧକ୍ଷ ଅକ୍ଷୟ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନୁଗୁଳ ପୌରପାଳିକାର ୧୨ ନମ୍ବର ୱାର୍ଡର କାଉନସିଲର ସ୍ନେହଲତା ମହାରଣା, ୧୪ ନମ୍ବର ୱାର୍ଡର କାଉନସିଲର ସୁଲୋଚନା ଦ୍ୱିବେଦୀ, ବିଜେପି ନେତା ରବୀନ୍ଦ୍ର ମହାରଣା, ବାବୁଲି ଦ୍ୱିବେଦୀ ଏବଂ ପୌରପାଳିକାର ଯନ୍ତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପୌରାଞ୍ଚଳର ଉକ୍ତ ଅଞ୍ଚଳର ଯାତାୟତ ଏବଂ ନିଷ୍କାସନ ବ୍ୟବସ୍ଥାରେ ସୁଧାର ହେବ ବୋଲି ବିଧାୟକ  କହିଛନ୍ତି।