ଅନ୍ୟାନ୍ୟ

ପରାବିଲ-ଡେରାଗୋଳା ରାସ୍ତା ସଂପ୍ରସାରଣ ପାଇଁ ଶିଳାନ୍ୟାସ

By Angul TV Bureau

September 16, 2025

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ର ପରାବିଲ ଠାରୁ ଡେରାଗୋଳା ପର୍ଯ୍ୟନ୍ତ ୧୧ କିମି ରାସ୍ତା ଉନ୍ନତିକରଣ ପାଇଁ ୧୧ କୋଟି ୮୩ ଲକ୍ଷ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ସୋମବାର ଅନୁଷ୍ଠିତ ହୋଇଛି। ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରାମସାଇ ମାରାଣ୍ଡି ଓ କନିଷ୍ଠ ଯନ୍ତ୍ରୀ ଲୋକେସ କୁମାର ସେଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଧାୟକ ମହାନ୍ତି କହିଛନ୍ତି, ଏହି ରାସ୍ତା ସହ ବିରୁ-ପରାବିଲ ମଧ୍ୟରେ ସମାକୋଇ ନଦୀ ଉପରେ ବ୍ରିଜ ନିର୍ମାଣ ଶୀଘ୍ର ଆରମ୍ଭ ହେବ। ବଜାର ଛକରେ ଶିଳାନ୍ୟାସ ପରେ ପରାବିଲ ଯାତ୍ରାପଡିଆରେ ଧନ୍ୟବାଦ ସଭାରେ ବରିଷ୍ଠ ଭାଜପା ନେତା ପ୍ରହ୍ଲାଦ ସାମଲ ମଞ୍ଚ ପରିଚାଳନା କରିଥିଲେ। ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ ଓ ଗ୍ରାମବାସୀ ଉପସ୍ଥିତ ରହି ବିଧାୟକଙ୍କୁ ଧନ୍ୟବାଦ ଦେବା ସହ ଅନ୍ୟ ସମସ୍ୟା ନେଇ ଲିଖିତ ଦାବି ଉପସ୍ଥାପନ କରିଥିଲେ।