ମୁଖ୍ୟ ଖବର

ଟ୍ୟାଙ୍କରରୁ ଚୋରି ୪ ବ୍ୟାଟେରୀ ଜବତ, ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

By Angul TV Bureau

December 25, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏନଟିପିସି ଟାଉନ ପୁଲିସ ଟ୍ୟାଙ୍କରରୁ ଚୋରି ହୋଇଥିବା ବ୍ୟାଟେରୀ ଜବତ କରିବା ସହ ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ପୋଲିସ। ୩ ଅଭିଯୁକ୍ତ ହେଲେ କଣିହାଁ ଥାନା ଜରଡା ଗ୍ରାମର ଅଜୟ ହଲଦର(୨୩), କଣିହାଁ ଗ୍ରାମର ଆନନ୍ଦୀ ନାଏକ (୨୪) ଓ ମିତେନ୍ଦ୍ର କୁମାର ସାହୁ (୨୮)।

ପୁଲିସ ସୂଚନା ମୁତାବକ, ଲୋଧାବନ୍ଧ ଗ୍ରାମରେ ଥିବା ପଞ୍ଚୁ ଭୂତିଆଙ୍କ କ୍ୟାମ୍ପରେ ଥିବା ତାଙ୍କର ପାଣି ଟ୍ୟାଙ୍କରରୁ ୪ଟି ବ୍ୟାଟେରୀ ଚୋରି ହୋଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ କରି ପୋଲିସ ଅଭିଯୁକ୍ତଙ୍କୁ ଧରିବା ସହ ବ୍ୟାଟେରୀ ଜବତ କରିଥିବା ଜଣାଯାଇଛି।