କଣିହାଁ: କଣିହାଁ ସ୍ଥିତ ଆମ୍ବପାଳ ଲେବୁଲ କ୍ରସିଙ୍ଗ୍ ଠାରେ ଶନିବାର ଏନଟିପିସିକୁ କୋଇଲା ନେଇ ଆସୁଥିବା ଏକ ମାଲବାହୀ ଟ୍ରେନ୍ର ୪ଟି ବଗି ଲାଇନ୍ଚ୍ୟୁତ ହୋଇଛି। ବାହାର ରାଜ୍ୟରୁ ଏନଟିପିସିକୁ କୋଇଲା ନେଇ ଆସୁଥିବା ସମୟରେ କୌଣସି କାରଣବଶତଃ ଲେବୁଲ୍ କ୍ରସିଙ୍ଗ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଏହି ଘଟଣାରେ କୌଣସି ଜୀବନ ହାନି ହୋଇ ନଥିବା ଜଣାପଡ଼ିଛି। ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ଏନଟିପିସି ବୃହତ ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ତାଳଚେରରୁ କୋଇଲା ପରିବହନ ବନ୍ଦ ରହିଥିଲା।
ତେବେ ସନ୍ଧ୍ୟା ବେଳକୁ ଏନଟିପିସି କର୍ତ୍ତୃପକ୍ଷଙ୍କ ତରଫରୁ ଲାଇନ୍ଚ୍ୟୁତ ବଗିଗୁଡ଼ିକୁ ସାଇଡ୍ କରି ଟ୍ରାକ୍ ସଫା କରାଯାଇ ପରିବହନ ପୁନଃ ଆରମ୍ଭ କରାଯାଇଥିବା ସୂଚନା ମିଳିଛି।