ମୁଖ୍ୟ ଖବର

ଧାରଣା ପାର ହେବା ବେଳେ ଧକ୍କା ଦେଲା ନାଲକୋର କୋଇଲା ବୋଝେଇ ଟ୍ରେନ: ୪ ଗୋରୁ ମୃତ, ୧୦ରୁ ଅଧିକ ଆହତ

By Angul TV Bureau

October 12, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଟେଣ୍ଟୋଲୋଇ ଗ୍ରାମ ଦେଇ ଯାଇଥିବା ରେଳ ଧାରଣାରେ ନାଲକୋ କୋଇଲା ବୋଝେଇ ଟ୍ରେନ ଧକ୍କାରେ ଚାରି ଗୋରୁଙ୍କ ମୃତ୍ୟୁ ଘଟିଛି।ଏଥିସହ ୧୦ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଗୋରୁମାନେ ଘରକୁ ଫେରୁଥିବା ସମୟରେ ନାଲକୋର କୋଇଲା ବୋଝେଇ ଟ୍ରେନ ଦ୍ରୁତ ଗତିରେ ଆସି ଗୋରୁଙ୍କୁ ଧକ୍କା ଦେଇଥିଲା। ଫଳରେ ଟ୍ରେନରେ କଟି ଘଟଣାସ୍ଥଳରେ ଚାରିଟି ଗାଈଙ୍କ ମୃତ୍ୟୁ ହୋଇଛି। ମୃତ ଗାଈଙ୍କ ମଧ୍ୟରୁ ଟେଣ୍ଟୋଲୋଇ ଗ୍ରାମର ବିଦେଶୀ ନାଏକଙ୍କ ଦୁଇଟି, ଉଗ୍ରସେନ ନାଏକଙ୍କ ଗୋଟିଏ ଏବଂ ଅଶୋକ ନାଏକଙ୍କ ଗୋଟିଏ ଗୋରୁ ଅଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଲୋକେ କ୍ଷତି ପୂରଣ ସହ ରେଳ ଫାଟକ ତିଆରି କରିବାକୁ ଦାବି କରିଛନ୍ତି।