ଘଟଣା ଓ ଦୁର୍ଘଟଣା

ବାଲି ଚୋରାଚାଲାଣ ବେଳେ ରାତି ଅଧିଆ ଚଢ଼ଉ, ୪ ହାଇୱା ଜବତ

By Angul TV Bureau

November 10, 2022

ଆଠମଲ୍ଲିକ: ଆଠ ମଲ୍ଲିକ ଅଞ୍ଚଳ ମହାନଦୀରୁ ରାତିରେ ହାଇୱା ଟ୍ରକ ମାଧ୍ୟମରେ ବାଲି ଚୋରାଚାଲାଣ ଖବର ପାଇ ଉପଜିଲ୍ଲାପାଳ ତରଣୀ ସୁନା କୁଦଗାଁ ପଞ୍ଚାୟତ ଖଡରାପଡ଼ା ରାସ୍ତାରେ ଚଢ଼ଉ କରିଛନ୍ତି। ଏହି ଚଢ଼ଉ ବେଳେ ୪ଟି ଟ୍ରକ ଜବତ କରାଯାଇଛି।

ଯାଞ୍ଚ ବେଳେ ହାଇୱା ଗାଡ଼ିଗୁଡିକର ଆବଶ୍ୟକୀୟ ବାଲି ରୟାଲଟି କାଗଜପତ୍ର ନଥିବା ଜଣାଯାଇଛି। ଜବତ ଗାଡ଼ିକୁ ତହସିଲଦାରଙ୍କୁ ହସ୍ତାନ୍ତର କରାଯାଇଥିଲା। ତହସିଲ ପକ୍ଷରୁ ୪୭ ହଜାର ଲେଖାଏଁ ୪ ଟି ଗାଡ଼ିରୁ ସମୁଦାୟ ୧ ଲକ୍ଷ ୮୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଗାଡ଼ି ବିରାମହାରାଜପୁର ଅଞ୍ଚଳର ଜଣେ ଠିକାଦାରଙ୍କ ବୋଲି ଜଣାଯାଇଛି। ଜବତ ଗାଡ଼ି ମଧ୍ୟରୁ ଦୁଇଟି ଗାଡ଼ିରେ ଆଗପଛ ପାଖରେ ନମ୍ବର ମଧ୍ୟ ଉଲ୍ଲେଖ ନଥିବା ଜଣାଯାଇଛି l ଗାଡି ଜବତ ହେବା ପରେ ନମ୍ବର ନଥିବା ଗାଡି ପୋଲିସ ଜିମା ଦିଆଯାଇନାହିଁ। ଏଣୁ ପ୍ରଶାସନ ଉପରେ ପ୍ରଶ୍ନ ଉଠିଛି।