ମୁଖ୍ୟ ଖବର

ଦୁର୍ଘଟଣା ରୋକିବାକୁ ୪ ପଞ୍ଚାୟତବାସୀଙ୍କ ପ୍ରୟାସ: ୬୩ ନମ୍ୱର ରାଜ୍ୟ ରାଜପଥକୁ ନୋ ଏଣ୍ଟ୍ରି ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

By Angul TV Bureau

February 26, 2025

ଅନୁଗୁଳ: ଅନୁଗୁଳ ସହରରୁ ଛେଣ୍ଡିପଦାକୁ ସଂଯୋଗ କରୁଥିବା ୬୩ ନମ୍ୱର ରାଜ୍ୟ ରାଜପଥକୁ ନୋ ଏଣ୍ଟ୍ରି ଘୋଷଣା କରିବା ପାଇଁ ଚାରି ପଞ୍ଚାୟତ ପରଙ୍ଗ, ବେଣାଗାଡ଼ିଆ, କୁମଣ୍ଡ ଓ ଜରାସିଂହାର ଲୋକ ଅଣ୍ଟା ଭିଡ଼ିଛନ୍ତି। ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ପରଙ୍ଗ, ବେଣାଗାଡ଼ିଆ, କୁମଣ୍ଡ ଓ ଜରାସିଂହା ଚାରି ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଯେ ୬୩ ନମ୍ୱର ରାଜ୍ୟ ରାଜପଥକୁ ନୋ ଏଣ୍ଟ୍ରି କରାଯାଉ। ଅଭିଯୋଗ ପରେ ୨୦୨୩ ମସିହା ନଭେମ୍ବର ମାସ ଠାରୁ ଜିଲ୍ଲା ପ୍ରଶାସନ, କମ୍ପାନୀର ଅଧିକାରୀ ଏବଂ ପୋଲିସଙ୍କ ଉପସ୍ଥିତିରେ ନୋ ଏଣ୍ଟ୍ରି ଘୋଷଣା କରାଯାଇଥିଲା। କିନ୍ତୁ କିଛି ମାସରେ ନୋ ଏଣ୍ଟ୍ରି କରିବା ପରେ ପୁଣି ଗାଡ଼ି ମଟର ଚଳାଚଳ କରିଥିଲା। ଫଳରେ ପୁଣି ପୂର୍ବବତ୍ ଦୁର୍ଘଟଣା ଘଟିଥିଲା।

ଏଣୁ ଚାରି ପଞ୍ଚାୟତବାସୀ ଆଜି ପୁଣି ଏକାଠି ହୋଇ ରାଜପଥକୁ ନୋ ଏଣ୍ଟ୍ରି କରିବା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଯଦି ଦଶ ଦିନ ମଧ୍ୟରେ ଦାବି ପୂରଣ ନ ହୁଏ ତା’ ହେଲେ ଜନ ଆନ୍ଦୋଳନ କରିବେ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।