ଘଟଣା ଓ ଦୁର୍ଘଟଣା

ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଚୋରି ଘଟଣା: ୪ ଗିରଫ,୧୩ କେଜି କପର ତାର ଜବତ

By Angul TV Bureau

April 10, 2025

ଅନୁଗୁଳ: ଅନୁଗୁଳ ସଂୟଶାସିତ ମହାବିଦ୍ୟାଳୟରୁ ଏସି କପର ପାଇପ୍ କାଟି ନେବା ଅଭିଯୋଗରେ ଟାଉନ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୁଳ ସହର ହାକିମପଡ଼ାର ସୌମ୍ୟ ଓଝା(୨୬), ନରସିଂହ ଗୋଛାୟତ(୨୦), ବାରଣାସିର ମୁକେଶ ଗୁପ୍ତା(୩୦) ଓ ଖଲାରୀ ଗଡ଼ପଦା ସାହିର ଦିନେଶ ଗୁପ୍ତା(୩୫)।

ସୂଚନା ଅନୁଯାୟୀ, ଗତ ରବିବାର ରାତିରେ କିଛି ଦୁର୍ବୃତ୍ତ କଲେଜରେ ପଶି ପ୍ରାୟ ୧୦ ଟି ଏସିର କପର ତାର କାଟି ନେଇଥିଲେ। କମ୍ପ୍ୟୁଟର୍ ଲ୍ୟାବ, କେମେଷ୍ଟ୍ରି ବିଭାଗରେ ଲାଗିଥିବା ତାର କାଟି ସେମାନେ ଫେରାର ହୋଇଯାଇଥିଲେ। ଏଥିନେଇ କଲେଜ ଅଧ୍ୟକ୍ଷଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ବିଭିନ୍ନ ତଥ୍ୟ ପ୍ରମାଣ ଆଧାରରେ ପୋଲିସ ଜାଣିବାକୁ ପାଇଥିଲା ଯେ, ସୌମ୍ୟ ଓଝା ଓ ନରସିଂହ ଗୋଛାୟତ କଲେଜରୁ ଏହି କପର ତାର ଚୋରି କରିଥିଲେ। ପରେ ଗଡ଼ପଦା ସାହିରେ କବାଡ଼ି ଦୋକାନ କରିଥିବା ଦିନେଶ ଗୁପ୍ତା ଓ ମୁକେଶ ଗୁପ୍ତାଙ୍କୁ ଏମାନେ ଏହି ତାର ବିକ୍ରି କରିଥିଲେ। ପୋଲିସ ସେମାନଙ୍କ ପାଖରୁ ୧୩ କେଜି କପର ତାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ।