ଅନୁଗୁଳ: ହୋଲିରେ ଅଘଟଣ। ଶୋଇଥିବା ବେଳେ ଘରେ ନିଆଁ ଲାଗି ପୋଡ଼ିଗଲେ ୪ ଯୁବକ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଗୁରୁତର ୪ ଯୁବକ ଘରେ ଶୋଇଥିବା ବେଳେ ଶନିବାର ବିଳମ୍ବିତ ରାତିରେ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ିଛି। ଅନ୍ୟ ଦୁଇ ଜଣଙ୍କ ଶରୀରର ପ୍ରାୟ ୨୦ରୁ ୨୫ ପ୍ରତିଶତ ଅଂଶ ପୋଡ଼ିଛି। ଆହତ ୩ ଜଣଙ୍କ ଘର ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳ ହୋଇଥିବା ବେଳେ ଜଣଙ୍କ ଘର ଛେଣ୍ଡିପଦା ବୋଲି ଜଣାପଡ଼ିଛି। ସେମାନେ ସମସ୍ତେ ପରଜଙ୍ଗ ଅଞ୍ଚଳରେ ଏକ ଇଟା ଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।