ଘଟଣା ଓ ଦୁର୍ଘଟଣା

ଚାକିରି ନାଁ’ରେ ୨ ଲକ୍ଷ ଠକେଇ, ଦମ୍ପତି ଗିରଫ

By Sanjeeb Biswal

July 16, 2021

ଅନୁଗୁଳ: ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଗୁରୁବାର ଏକ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ଏମ୍‌ସିଏଲ୍‌ର ଜଗନ୍ନାଥ କଲୋନୀର ଚିତ୍ରସେନ ପ୍ରଧାନଙ୍କ ଠାରୁ ଅକ୍ଷୟ ଗଡ଼ନାୟକ ଦୁଇଲକ୍ଷ ଟଙ୍କା ଧାର ନେଇ ପରିଶୋଧ କରିନଥିଲେ । ପରେ ଚିତ୍ରସେନଙ୍କ ପୁତ୍ରକୁ ଚାକିରି କରାଇ ଦେବାକୁ କହିଥିଲେ। ତେବେ ଚାକିରି ନମିଳିବା ଓ ସେ ଦେଇଥିବା ୨ ଲକ୍ଷ ଟଙ୍କା ଫେରି ନପାଇବାରୁ ତାଳଚେର କୋଲିୟରୀ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଚିତ୍ରସେନ। ପୁଲିସ ଏ ସଂକ୍ରାନ୍ତରେ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା ବେଳେ ଅକ୍ଷୟ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସବ୍ୟସାଚୀ ରାଉତ ସୂଚନା ଦେଇଛନ୍ତି।