ଘଟଣା ଓ ଦୁର୍ଘଟଣା

କେୱାଇସି ଯାଞ୍ଚ ନାରେ ଲକ୍ଷାଧିକ ଟଙ୍କାର ଠକେଇ

By Angul TV Bureau

October 26, 2021

ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁରେ ସୋମବାର ଜଣେ ମହିଳାଙ୍କ ବ୍ୟାଙ୍କ ଏକାଉଣ୍ଟର କେୱାଇସି ଯାଞ୍ଚ କରିବାକୁ କହି ଅନଲାଇନ୍ ରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ଗାଁର ସୁଚେତା ମିଶ୍ରଙ୍କ ଷ୍ଟେଟ୍ ବ୍ୟାଙ୍କ ଏକାଉଣ୍ଟର କେୱାଇସି ଯାଞ୍ଜ କରାଯିବା ଓ ଏହାର ଅପଡେଟ୍ କରିବାକୁ କହି ଫେନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶ ଅନୁସାରେ ସୁଚେତା ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହାପରେ ତାଙ୍କ ଏକାଉଣ୍ଟରୁ ୧ ଲକ୍ଷ ୧୫ ହଜାର ଟଙ୍କା ଡ଼େବିଟ୍ ହୋଇଯାଇଥିଲା। ଏ ନେଇ ସୁଚେତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।