ମୁଖ୍ୟ ଖବର

ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ‘ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା’

By Angul TV Bureau

October 14, 2024

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡ଼ୁଆ । ଖୁବ୍‌ଶୀଘ୍ର ଏହି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡ଼ୁଆ ଦିଆଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଏହା ସହ ମୁକ୍ତ ହସ୍ତରେ ଦାନ ପାଇଁ ଭକ୍ତଙ୍କୁ ଅପିଲ କରିଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଆମେ ଭକ୍ତ ସମାଜ ଭିତରେ ସମସ୍ତଙ୍କୁ ଅନୁରୋଧ କରିଛୁ। ସରକାରଙ୍କ ଉପରେ ବର୍ଡନ ନ କରି ବଦାନ୍ୟ ଭକ୍ତ ସହଯୋଗ କରନ୍ତୁ। ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରିବେ। ଏହାରି ଭିତରେ ଅନେକ ଭକ୍ତ ଆସି ସହଯୋଗର ହାତ ବି ବଢ଼ାଇଛନ୍ତି। କାର୍ତ୍ତିକ ମାସ ପରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।