ଅନ୍ୟାନ୍ୟ

ନିଶୁଳ୍କ ଆୟୁର୍ବେଦ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ

By Angul TV Bureau

April 10, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସାନକେରାଜଙ୍ଗ ଗାଁରେ ଗତ ୮ ତାରିଖ ଏକ ନିଶୁଳ୍କ ଆୟୁର୍ବେଦ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଥିଲା। ଅନୁଗୁଳ କାମଧେନୁ ଆୟୁର୍ବେଦର ସ୍ୱେତାଧିକରି ସ୍ୱାଧୀନ ମୋଦିଙ୍କ ଉଦ୍ୟମରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପ୍ରାୟ ୫୦ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସକାଳ ୮ଟା ରୁ ଆରମ୍ଭ ହୋଇ ଏହି ଶିବିର ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ନିତିନ ମୋଦି, ଶିବ ନାରାୟଣ ନାଥ,ନିଳାମ୍ବର ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଡାକ୍ତର ବିଶ୍ୱରଞ୍ଜିତା ସାହୁ ଶିବିରରେ ଉପସ୍ଥିତ ରହି ପରାମର୍ଶ ଦେଇଥିଲେ।