ଅନୁଗୋଳ: ଶ୍ରୀ ଅରୋମିରା ଫିଜିଓଥେରାପି କ୍ଲିନିକ୍ ଆନୁକୂଲ୍ୟରେ ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ଏକ ନିଃଶୁଳ୍କ ଫିଜିଓଥେରାପି ଶିବିର ଆୟୋଜିତ ହୋଇଛି। ଏଥିରେ ଅତିଥି ଭାବେ ଉତ୍କଳ ନବଜୀବନ ମଣ୍ଡଳର ସଭାପତି ଶିବରାମ ମିଶ୍ର ଓ ଉପସଭାପତି ମୁରଲୀଧର ମୁଳିଆ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ। ଶିବିରକୁ ଫିଜିଓଥେରାପିଷ୍ଟ ଡା. ସନତ ନଳିନୀ ରାୟ, ଡା. ପ୍ରିୟଙ୍କା ପଣ୍ଡା ଏବଂ ଡା. ଅନ୍ୱେଷା ଦାଶ ପରିଚାଳନା କରିଥିଲେ। ରଶ୍ମି ରେଖା ସାମଲ, ଶ୍ରୀ ହସ୍ପିଟାଲ ଭୁବନେଶ୍ୱରର ସତ୍ୟମିତ୍ର ଦାସ ଏବଂ ଶ୍ରୀ ଅରୋମିରା କ୍ଲିନିକ୍ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏହି ଶିବିରରେ ୨୫୦ ଜଣ ରୋଗୀଙ୍କୁ ନିଃଶୁଳ୍କ ସେବା ପ୍ରଦାନ କରାଯାଇଥିଲା।