ଅନ୍ୟାନ୍ୟ

ମାଗଣା ମଧୁମେହ ରୋଗ ନିବାରଣ ଶିବିର ଆୟୋଜିତ, ଯୋଗ ଦେଲେ ୬୦ରୁ ଅଧିକ ଲୋକ

By Angul TV Bureau

December 01, 2024

ଅନୁଗୁଳ: ଅନୁଗୁଳ ଶିକ୍ଷକପଡ଼ା ସାଇ ମନ୍ଦିର ନିକଟରେ ଥିବା ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ମାଗଣା ମଧୁମେହ ରୋଗ ନିବାରଣ ଶିବିର ଆୟୋଜିତ ହୋଇଛି।

ନୂଆଦିଲ୍ଲୀସ୍ଥିତ ଭାରତୀୟ ଯୋଗ ସଂସ୍ଥାନର ଅନୁଗୁଳ କ୍ଷେତ୍ର ତରଫରୁ ଦୁଇ ଦିନ ମାଗଣା ମଧୁମେହ ରୋଗ ନିବାରଣ ଶିବିର ଶନିବାର ଓ ରବିବାର ସ୍ଥାନୀୟ ସାଇ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଛି। ସଂଯୁକ୍ତା ପାଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସୂକ୍ଷ୍ମ କ୍ରିୟା, ଆସନ, ପ୍ରାଣାୟାମ ଏବଂ ଧ୍ୟାନର ଅଭ୍ୟାସ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ୍ୱର ପାଲ, ରହିମ ପ୍ରଧାନ, ନିରଞ୍ଜନ ପଣ୍ଡା, ଚିତ୍ତରଞ୍ଜନ ଦାସ, ସ.କଇଥବାସ, ପ୍ରଫୁଲ୍ଲ ଦଳେଇ, ପୂଜା ସାହୁ, ଅଞ୍ଜନା ବରାଳ, କ୍ରିଷ୍ଣା ବରାଳ, ସସ୍ମିତା ରାଉତ, ଝିଲି ସରକାର, ଗୀତା କଇଥବାସଙ୍କ ସମେତ ୫୦ରୁ ଅଧିକ ସାଧକ ଓ ସାଧିକା ଅଂଶଗ୍ରହଣ କରିଥିଲେ।