ଅନ୍ୟାନ୍ୟ

ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର

By Biswaranjan Pattnaik

June 30, 2024

ଅନୁଗୁଳ: ଭାରତ ବିକାଶ ପରିଷଦର ଅଖିଳ ଭାରତୀୟ ପ୍ରତିଷ୍ଠାତା ସ୍ଵପ୍ନଦର୍ଶୀ ଡ଼ା ସୁରଜ୍ ପ୍ରକାଶ ଜିଙ୍କ ୧୦୩ ତମ ଜୟନ୍ତୀ ଉପଲକ୍ଷେ ଅନୁଗୁଳ ଶାଖା ଆନୁକୁଲ୍ୟରେ ମାରୱାଡ଼ି ଯୁବା ଭବନ ଠାରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି ।

ଲାୟନସ୍ ଭୂମିକାର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ମନୋଜ କୁମାର ସ୍ୱାଇଁ ଓ ତାଙ୍କ ସହକର୍ମୀ ମାନେ ୫୨ ଜଣଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ପରିଷଦର ସଭାପତି ଶାନ୍ତନୁ କୁମାର ସର ଶିବିରକୁ ଉଦଘାଟନ କରିବା ସହ ଡ଼ା ସୁରଜ୍ ପ୍ରକାଶ ଜିଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ବିଜୟ ମୋଦି ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ଏବଂ ଶିବିର ସଂଯୋଜକ ହୃଦାନନ୍ଦ ପଣ୍ଡା ମଞ୍ଚାସିନ ଥିଲେ।ପରିଷଦର ପୃଷ୍ଠପୋଷକ ବଜରଙ୍ଗଲାଲ ଅଗ୍ରୱାଲ,ଉପସଭାପତି ଭାରତ ଚନ୍ଦ୍ର ଗଡ଼ନାୟକ,ସଦସ୍ୟ କ୍ଷୀରୋଦ ପ୍ରଧାନ,ମନ୍ମଥ ଦାସ,ଚିତ୍ତରଞ୍ଜନ ଆଚାର୍ଯ୍ୟ,ସୁରେଶ ଶାହ,ଦିନେଶ ମିଶ୍ର,ପ୍ରିୟମ୍ବଦା ପାଣି ଶକ୍ତି ସ୍ୱରୂପା,ରୀନାରାଣୀ ସ୍ୱାଇଁ,ସରୋଜିନୀ ନାୟକ,ସଂଘମିତ୍ରା ପ୍ରଧାନ,ବିଜୟ ରାଉତ,ବିଜୟ ସାହୁ,ସୁଶିଲ ପଟ୍ଟନାୟକ ପ୍ରମୁଖ ଶିବିର ପରିଚାଳନା କରିଥିଲେ।ଶେଷରେ ପ୍ରମୋଦ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।