ଅନୁଗୁଳ:ଅନୁଗୁଳ ଜିଲ୍ଲା ତାଳଚେର ଡେରା ପଞ୍ଚାୟତର ସରପଞ୍ଚ ଗିତିଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୋମବାର ନେତ୍ରମ୍ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ଏକ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଯାଇଛି। ଏହି ଶିବିରରେ ୧୦୮ ଜଣଙ୍କ ଚକ୍ଷୁ ପରୀକ୍ଷଣ ହୋଇଥିବା ବେଳେ ୮୫ ଜଣଙ୍କୁ ଜୟ ଶ୍ରୀରାମ ସେବା ଟ୍ରଷ୍ଟ ପକ୍ଷରୁ ମାଗଣା ଚଷମା ପ୍ରଦାନ କରଯାଇଛି। ସେହିପରି ନେତ୍ରମ ଚକ୍ଷୁ କେୟାର ପକ୍ଷରୁ ୧୬ ବର୍ଷରୁ କମ୍ ବୟସ ଛାତ୍ରଙ୍କ ଆଖି ପରୀକ୍ଷା କରାଯାଇ ୧୦ଜଣଙ୍କୁ ଚଷମା ପ୍ରଦାନ କରଯାଇଛି।