ବନ୍ତଳା: ଅନୁଗୁଳ ବ୍ଲକର ବନ୍ତଳା ରାମମନ୍ଦିର ବେଦ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। କେୟାର ନେତ୍ରମ ଭୂବନେଶ୍ୱର ଓ ପ୍ରୟାସ ଫାଉଣ୍ଡେସନ ଅନୁଗୋଳର ମିଳିତ ଉଦ୍ୟମରେ ଆୟୋଜିତ ଏହି ଶିବିରରେ ୧୧୭ ଜଣ ଛାତ୍ରୀଛାତ୍ରଙ୍କର ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରାଯାଇଛି। ବନ୍ତଳା ବେଦ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀଛାତ୍ରମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ।
ଶିବିରକୁ ପ୍ରୟାସ ଫାଉଣ୍ଡେସନର ଅଧ୍ୟକ୍ଷା ବିନୋଦିନୀ ସାହୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମ୍ୟାନେଜିଂ ଟ୍ରଷ୍ଟି ସୌରୀରଞ୍ଜନ ପଣ୍ଡା ଯୋଗ ଦେଇ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ। କେୟାର ନେତ୍ରମର ଡାକ୍ତରୀ ଟିମ ଚକ୍ଷୁ ପରୀକ୍ଷା କରିଥିବା ବେଳେ ସାମାଜସେବୀ ମୋନୋଜ କୁମାର ଅମାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।