ଅନୁଗୁଳ: ସହର ଉପକଣ୍ଠ ସୁସୁଡା ମାଳତିବିହାର ସ୍ଥିତ ମାନବ ସେବାଶ୍ରମ ଠାରେ ମାନବସେବା ଚାରିଟେବଲ ଟ୍ରଷ୍ଟ ଓ ଆର ଏଣ୍ଡ ଏସ କ୍ଲିନିକର ମିଳିତ ପ୍ରୟାସରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି । ସମାଜସେବୀ ଚିନ୍ମୟୀ ଦାସ ଓ ଅନୁପ ପଟ୍ଟନାୟକଙ୍କ ନେତୃତ୍ୱରେ ଆର ଏଣ୍ଡ ଏସ କ୍ଲିନିକ ମୁଖ୍ୟ ରଶ୍ମି ରଞ୍ଜନ ଦାଶ ସାସ୍ବତୀ ମହାପାତ୍ର ଓ ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ସହଯୋଗରେ ଶିଶୁ ମାନଙ୍କର ରକ୍ତ ଗ୍ରୁପ ପରୀକ୍ଷା, ବୃଦ୍ଧ, ବୟସ୍କ ଓ ମହିଳା ମାନଙ୍କ ମଧୁମେୟ ପରୀକ୍ଷା, ରକ୍ତଚାପ ପରୀକ୍ଷା ମାଗଣା ରେ କରାଯାଇଅଛି । ପଚାଶରୁ ଅଧିକ ରୋଗୀ ସ୍ୱାସ୍ଥ୍ୟ ଶିବିର ରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସମାଜସେବୀ ସୁଜିତ ମିଶ୍ର, ବବିତା ସାହୁ, ମଧୁସୂଦନ ପ୍ରଧାନ,ବବିତା ପଟନାୟକ ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲେ ।