ମୁଖ୍ୟ ଖବର

ରାଣୀଗୋଡାରେ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

By Angul TV Bureau

October 30, 2025

ଅନୁଗୁଳ: ସ୍ଥାନୀୟ ରାଣୀଗୋଡା। ଗାଁ ବଗାଧର ପୀଠ ପରିସରର ବରିଷ୍ଠ ନାଗରିକ ମଞ୍ଚ ସଭାଗୃହରେ ଆଜି ସକାଳ ୧୦ଟାରୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ମଞ୍ଚ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମିଳିତ ସହଯୋଗରେ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଦନମୋହନ ପ୍ରଧାନ ଶିବିର ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନୀ ସଭାରେ ମଞ୍ଚ ସଭାପତି ରାଜକିଶୋର ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ମଦନମୋହନ ପ୍ରଧାନ ଓ ସମ୍ମାନିତ ଅତିଥି ପ୍ରଦୀପ କୁମାର ସାହୁ ମଞ୍ଚର କାର୍ଯ୍ୟକୁ ପ୍ରଶଂସା କରି ବରିଷ୍ଠ ନାଗରିକଙ୍କ ସାମାଜିକ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ। ସଂପାଦକ ପୁର୍ଣ୍ଣଚନ୍ଦ୍ର ସିଂହ ସାମନ୍ତ ସଂଯୋଜନା ଓ ଉପସଭାପତି ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଭେଷଜ ସହକାରୀ ପ୍ରାଧ୍ୟାପକ ଶଶିକାନ୍ତ ଚୌଧୁରୀ, ଚକ୍ଷୁ ବିଶେଷଜ୍ଞ ନିଳମାଧବ ପ୍ରଧାନ ସହ କଳ୍ପନା ଜେନା, ମନୋରଞ୍ଜନ ପଣ୍ଡା, ଗୋପାଳ କୃଷ୍ଣ ରାଉତ, ମାନସ ରଞ୍ଜନ ପ୍ରଧାନ, ବାସନ୍ତୀ ସାହୁ ଓ ଆଶାକର୍ମୀ ଦମୟନ୍ତୀ ଦେହୁରୀ ଶିବିର ପରିଚାଳନା କରିଥିଲେ। ୧୨୧ ଜଣ ବରିଷ୍ଠ ନାଗରିକ ଚିକିତ୍ସିତ ହୋଇ ଔଷଧ ଗ୍ରହଣ କରିଛନ୍ତି। ସ୍ଵାସ୍ଥ୍ୟ ପରିଦର୍ଶକ ସୁଧିର କୁମାର ବେହେରା ସହଯୋଗ କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ସାମନ୍ତ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ।