ଅନ୍ୟାନ୍ୟ

ବଡକନ୍ତକୁଳ ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ, ଉପକୃତ ହେଲେ ୩୦୦ ଲୋକ

By Angul TV Bureau

November 02, 2024

 

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଡ଼କନ୍ତକୁଳ ଗ୍ରାମ ପଞ୍ଚାୟତ ଅଫିସଠାରେ ଶନିବାର ଦିନ ଭାରତୀୟ ମେଡିକାଲ ସଂଘ ଅନୁଗୁଳ ଶାଖା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଅନୁଗୁଳ ବଡ଼ ଡାକ୍ତରଖାନାର ଅଭିଜ୍ଞ ଡାକ୍ତର ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ୩୦୦ ଲୋକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବଡ଼କନ୍ତକୁଳ ପଞ୍ଚାୟତର ସରପଞ୍ଚ ସ୍ବର୍ଣ୍ଣପ୍ରଭା ବିଶ୍ୱାଳଙ୍କ ସାହାଯ୍ୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।