ଅନ୍ୟାନ୍ୟ

କଣିହାଁ ଓସିପି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର: ୧୪୨ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମେଡିସନ୍ ପ୍ରଦାନ

By Angul TV Bureau

November 23, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଓସିପି ପକ୍ଷରୁ ବିଜିଗୋଳ କଳ୍ପତରୁ ମା’ ଭୈରବୀ ଆଶ୍ରମରେ ଗୁରୁବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ କଣିହାଁ କ୍ଷେତ୍ର ମହାପ୍ରବନ୍ଧକ ନରେଶ ସିଂ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। କଣିହାଁ କ୍ଷେତ୍ର ଚିକିତ୍ସା ଅଧିକ୍ଷକ ଏମ୍‌.ଡି.ଫାସି ଆଲମ୍‌, ଉପଚିକିତ୍ସା ଅଧିକ୍ଷକ ତଥା ଡାକ୍ତର ସୁରେଶ କୁମାର ସାହୁ ଲୋକଙ୍କୁ ଦେଖିଥିଲେ। ଫାର୍ମାସିଷ୍ଟ ଜିତେଶ୍ କୁମାର ଧର, ମ୍ୟାର୍ଟନ ସେଖ୍ ଖଲ୍ଲୀଲ୍ ଉଲ୍ଲା, ଷ୍ଟାପ୍ ନର୍ସ ସଂଘମିତ୍ରା ସ୍ୱାଇଁ, ଜ୍ୟୋସ୍ନାରାଣୀ ସାହୁ, ସେବତୀ ପ୍ରଧାନ, ବବିତା ନାୟକ, ବିଷ୍ଣୁ ପ୍ରସାଦ ବାରିକ୍‌, ଅଜୟ କୁମାର ସାମଲ, ଶିବରାମ ସାହୁ ପ୍ରମୁଖ ମେଡିକାଲ କର୍ମଚାରୀ ସହଯୋଗ କରିଥିଲେ । ଶିବିରରେ ୧୪୨ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଔଷଧ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ କଣିହାଁ କ୍ଷେତ୍ର ସଂଜୀବନୀ ମହିଳା ମଣ୍ଡଳର ଅଧ୍ୟକ୍ଷ, ସମ୍ପାଦିକା ଓ ଅନ୍ୟ ସଦସ୍ୟ ସାମିଲ ଥିଲେ।