ମୁଖ୍ୟ ଖବର

ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ମାଗଣା ସ୍ୱାସ୍ଥ୍ୟସେବା ଶିବିରର ଶେଷ ଦିନ: ୨୫,୦୦୦ ରୁ ଊର୍ଦ୍ଧ୍ବ ଲୋକ ପାଇଲେ ମାଗଣା ସ୍ୱାସ୍ଥ୍ୟ ସେବା

By Angul TV Bureau

October 02, 2023

ତାଳଚେର: ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନଠୁ ସେବାପକ୍ଷ ପାଳନ ଅବସରରେ ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ଼ ୪ଟି ଜିଲ୍ଲାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଛି। ଆଜି ତାଳଚେର ପିଏମ ଆଇ ଟି ଠାରେ ଶିବିରର ଶେଷ ଦିନରେ ଆୟୋଜିତ ମେଗା ସ୍ୱାସ୍ଥ୍ୟ ସେବା ଶିବିରରେ ଟ୍ରଷ୍ଟର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ଯୋଗ ଦେଇଥିଲେ। ଏ ଅବସରରେ ସେ କହିଥିଲେ, ଏହି ଶିବିର ମାଧ୍ୟମରେ ୨୫ ହଜାରରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଡାକ୍ତର ତଥା ଅବସରପ୍ରାପ୍ତ ଏମସିଏଲ ସିଏମଓ ସଞ୍ଜୟ ଦାସ, ଡାକ୍ତର ଏସ ଏନ ମିଶ୍ର, ୱାଙ୍ଖେଡେ ଫାଉଣ୍ଡେସନର ଗୁଲଜାରୀ ଲାଲ ବିଶ୍ୱାସ, ପିଏମ ଆଇଟି ପ୍ରିନ୍ସିପାଲ ତୁଷାରକାନ୍ତ ସାହୁ, ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ରବି ନାରାୟଣ ଦାସ, ସ୍ୱପ୍ନିତା ପଣ୍ଡା, ଏନ ଏସ ଆଇ ସିର ଡାଇରେକ୍ଟର କାଳନ୍ଦି ସାମଲ, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଯଯାତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।