ଅନୁଗୋଳ: ସିକଲ ସେଲ ରୋଗୀଙ୍କୁ ନିମୋକୋକାଲ୍ ସଂକ୍ରମଣରୁ ସୁରକ୍ଷା ଦେବା ଲକ୍ଷ୍ୟରେ ଅନୁଗୋଳ ଜିଲ୍ଲାରେ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହାର ଶୁଭାରମ୍ଭ କରିଥିଲେ।
ଜିଲ୍ଲାରେ ଚିହ୍ନଟ ୧୭୮୫ ଜଣ ସିକଲ ସେଲ ରୋଗୀ ଏହି ଅଭିଯାନରେ ମାଗଣାରେ ଟିକା ପାଇବେ। ୬ରୁ ୪୦ ବର୍ଷ ବୟସର ନିଶ୍ଚିତ ରୋଗୀଙ୍କୁ ଏଥିରେ ସାମିଲ କରାଯିବ। ପ୍ରଥମେ PCV-13 ଟିକାର ଗୋଟିଏ ଡୋଜ୍ ଏବଂ ୮ ସପ୍ତାହ ପରେ PPSV-23 ଟିକା ଦିଆଯିବ। ଦୁଇଟି ଟିକାର ମୂଲ୍ୟ ୪ ହଜାର ଟଙ୍କାରୁ ଅଧିକ ହୋଇଥିଲେ ମଧ୍ୟ ରୋଗୀଙ୍କୁ ଏହା ସମ୍ପୂର୍ଣ୍ଣ ମାଗଣାରେ ମିଳିବ।ଜିଲ୍ଲାର ବିଭିନ୍ନ CHC ଓ UPHCରେ ସ୍ୱତନ୍ତ୍ର ଶିବିର ମାଧ୍ୟମରେ ଟିକାକରଣ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ DMF ପକ୍ଷରୁ ୨.୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି।