ଅନ୍ୟାନ୍ୟ

ସ୍ୱାଧୀନତା ସଂଗ୍ରାମୀ ବିବତ୍ସ ଜେନାଙ୍କ ସ୍ମୃତିରେ ସମାବେଶ, ଯୋଗ ଦେଲେ ୨୦୦ରୁ ଊର୍ଦ୍ଧ୍ଵ ଲୋକ

By Angul TV Bureau

March 29, 2024

ଅନୁଗୁଳ: ଅନୁଗୁଳ ବ୍ଲକ ଟାଇଁସି ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ବିବତ୍ସ ଜେନାଙ୍କ ସ୍ମୃତିରେ ଏକ ସମାବେଶ ଆୟୋଜିତ ହୋଇଛି। ଅବସରପ୍ରାପ୍ତ ସେନା ଅଧିକାରୀ ତଥା ସମାଜସେବୀ ତ୍ରିଲୋଚନ ଜେନାଙ୍କ ପରିସ୍ଫୁଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ତାଙ୍କ ପରିବାରର ସଦସ୍ୟମାନେ ଯୋଗଦେଇ ବିବତ୍ସ ଜେନାଙ୍କ ସଂଗ୍ରାମୀ ଜୀବନ ଓ ସମାଜସେବା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ତାଙ୍କ ପରେ ତାଙ୍କ ପୁଅ ବେଲେଶ୍ଵର ଜେନା ଓ ବଂଶୀଧର ଜେନା ମଧ୍ୟ ପରିବେଶ ରକ୍ଷା, ପାନୀୟ ଜଳ ବନ୍ଦୋବସ୍ତ କରିବା ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ।

ଏ ଅବସରରେ ସଂଗ୍ରାମୀ ବିବତ୍ସ ଜେନାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ମଧ୍ଯ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ସମାବେଶରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।