ମୁଖ୍ୟ ଖବର

ପରକ୍ରିୟା ପ୍ରୀତି ସନ୍ଦେହ! ସାଙ୍ଗକୁ ଟ୍ରକ ଚପାଇ ମାରିଲା ସାଙ୍ଗ

By Angul TV Bureau

June 18, 2024

ପାଳଲହଡ଼ା: ପାଳଲହଡ଼ା ଥାନା ଅନ୍ତର୍ଗତ କରଡ଼ାପାଳ ପଞ୍ଚାୟତ ଧାରିପଥର ଗ୍ରାମରେ ସାଙ୍ଗକୁ ଟ୍ରକ ମଡ଼ାଇ ହତ୍ୟା କରିଛି ସାଙ୍ଗ। ପରକୀୟା ପ୍ରୀତି ସନ୍ଦେହରେ ଏପରି କାଣ୍ଡ ଘଟାଇଥିବା ଜଣାଯାଇଛି।

ସୂଚନା ମୁତାବକ, କରଡ଼ାପାଳ ପଞ୍ଚାୟତ ବାଂଖୁଲ ଗ୍ରାମର ଟ୍ରକ ଡ୍ରାଇଭର ସନ୍ତୋଷ ମହାକୁଳ ରଜ ଛୁଟିରେ ଘରକୁ ଆସିଥିଲେ। ତାଙ୍କ ସାଙ୍ଗ ଚନ୍ଦନ ମହାକୁଳ (୨୩) ଏକ ମାସ ପୂର୍ବରୁ ଛୁଟିରେ ଆସିଥିଲେ। ଉଭୟେ ମକର ବସିଥିବାରୁ ଭଲ ସାଙ୍ଗ ଥିଲେ। ଆଜି ସନ୍ତୋଷ ନିଜ ଟ୍ରକରେ ଇଟା ଭାଟିରୁ ଇଟା ଲୋଡ଼ କରିବା ପାଇଁ ଚନ୍ଦନକୁ ଘରୁ ଡାକିଥିଲେ। ଚନ୍ଦନ ଇଟା ଭାଟିରେ ପହଞ୍ଚିବା ପରେ ଉଭୟେ ମଦ ପିଇଥିଲେ। ପରେ ଚନ୍ଦନର ମୃତ ଦେହ ମିଳିଥିଲା।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, କିଛି ମାସ ପୂର୍ବରୁ ସନ୍ତୋଷର ଭଉଣୀକୁ ଚନ୍ଦନ ଭଲ ପାଇ ଧରି ପଳାଇ ଥିଲା। ପରେ ଆପୋଷ ବୁଝାମଣା ହୋଇ ସମାଧାନ ହୋଇଥିଲା। ସନ୍ତୋଷର ସ୍ତ୍ରୀ ସହିତ ମଧ୍ୟ ଚନ୍ଦନର ଅନୈତିକ ସମ୍ପର୍କ ଥିବା ଯୋଗୁଁ ତାଙ୍କୁ ଟ୍ରକ ଚପାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପରିବାର ଲୋକ ଓ ଗ୍ରାମବାସୀ ଶବକୁ ଧରି ଧାରଣାରେ ବସିଥିବା ବେଳେ ଘଟଣାସ୍ଥଳରେ ପାଳଲହଡା ଥାନା ଅଧିକାରୀ ପାରାଓ ଟୁଡୁ ଓ ବିଡିଓ ଦିଲ୍ଲୀପ ବାରା ପହଞ୍ଚିଛନ୍ତି।