ମୁଖ୍ୟ ଖବର

ସାମାନ୍ୟ ବଚସାରୁ ତୁମୁଳକାଣ୍ଡ: ସାଙ୍ଗକୁ ଛୁରୀ ଭୁସି ହତ୍ୟା, ଜଣେ ଗୁରୁତର

By Angul TV Bureau

August 31, 2026

ଅନୁଗୋଳ: ତାଳଚେର ଅଞ୍ଚଳରେ ଏକ ବର୍ବର କାଣ୍ଡ ଘଟିଯାଇଛି। କୌଣସି କାରଣକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ବଚସା ଉଗ୍ରରୂପ ନେବାରୁ ଛୁରାମାଡ଼ ହୋଇଛି। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଯେ, ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଗଣେଶ ବିହାର ଅଞ୍ଚଳରେ ଭଡ଼ା ଘରେ ରହୁଥିବା ହେମନ୍ତ ମହାରଣା ଏବଂ କାହ୍ନୁଚରଣ ଜେନାଙ୍କ ମଧ୍ୟରେ ଏହି ଘଟଣା ଘଟିଛି। ଉଭୟ ରେଳବାଇ କର୍ମଚାରୀ ବୋଲି ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ ଘରର କବାଟ ଭାଙ୍ଗି ଗୁରୁତର ଅବସ୍ଥାରେ କାହ୍ନୁଚରଣଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି। ଏତେ ବଡ଼ କାଣ୍ଡ ଘଟିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ପକ୍ଷରୁ ମାମଲାର ପ୍ରାଥମିକ ତଦନ୍ତ ଜାରି ରହିଛି।