ମୁଖ୍ୟ ଖବର

ଏଲ୍‌ପିଜିଠାରୁ ଆରମ୍ଭ କରି ପାନ୍‌-ଆଧାର ସଂଯୋଗ ଯାଏ, ଆଜିଠୁ ବଦଳୁଛି ବହୁ ଗୁରୁତ୍ୱପୂର୍ଣ୍ଣ ନିୟମ

By Angul TV Bureau

July 02, 2022

ଅନୁଗୁଳ: ଆଜିଠୁ ଦେଶରେ ବଦଳୁଛି ଅନେକ ନିୟମ।ଏସବୁ ନିୟମ ପରିବର୍ତ୍ତନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ।

ଏଥିରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି, ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ, ବ୍ୟାଙ୍କିଙ୍ଗ, କ୍ରିପ୍ଟୋରେ ନିବେଶ, କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ବ୍ୟବହାର, ନୂତନ ଶ୍ରମ ସଂହିତା ଏବଂ ପାନ୍ ଆଧାର ସଂଯୋଗ ସହ ଜଡିତ ବହୁତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ରହିଛି। ଜୁଲାଇରୁ ଦେଶରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ବଦଳିପାରେ। ଏହାବାଦ୍‌ ଜୁନ୍ ସୁଦ୍ଧା ଆଧାର ପାନ୍‌ ସଂଯୋଗ କରି ନ ଥିଲେ ଆପଣଙ୍କୁ ଦୁଇଗୁଣ ଜରିମାନା ଦେବାକୁ ପଡିବ। ଯଦି ଆପଣ ୧ ଜୁଲାଇ ପରେ ଏହି ସଂଯୋଗ କରନ୍ତି ତେବେ ଏଥିପାଇଁ ହଜାରେ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।