ଘଟଣା ଓ ଦୁର୍ଘଟଣା

ଅଂଶୁଘାତରେ ଟଳିପଡ଼ିଲା ଷଣ୍ଢ !!!

By Biswaranjan Pattnaik

April 30, 2024

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଚାରିଟା ବେଳେ ଅନୁଗୁଳ ବସ୍ ଷ୍ଟାଣ୍ଡରୁ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ଗୋଟିଏ ଷଣ୍ଢ ହଠାତ୍ ଖସି ପଡିଥିଲା। କିଛି ସମୟ ମଧ୍ୟରେ ତାର ପ୍ରାଣ ବାୟୁ ଉଡି ଯାଇଥିଲା। ବର୍ତମାନ ସହରରେ ଯେଭଳି ଖରା ହେଉଛି ସେଥିରେ ବୁଲା ଗାଈ ଗୋରୁଙ୍କ ପାଇଁ ଖାଦ୍ୟ ଓ ପାଣିର ଅଭାବ ଦେଖା ଦେଇଛି। ଫଳରେ ବୁଲା ଗାଈ ଗୋରୁ ରାସ୍ତାରେ ପଡ଼ୁଥିବା ଜରି କାଗଜ ଖାଇ ଅସୁସ୍ଥ ହୋଇ ପଡ଼ୁଛନ୍ତି। ଏହି ଷଣ୍ଢଟି ସକାଳ ବେଳା ଅସୁସ୍ଥ ଜଣା ପଡୁଥିଲେ ମଧ୍ୟ ସାହାଯ୍ୟ କରିବାକୁ କେହି ଆଗେଇ ଆସି ନଥିଲେ। ଶେଷରେ ଅପରାହ୍ନରେ ଷଣ୍ଢଟି ଆଖି ବୁଜିଥିଲ। ଷଣ୍ଢଟିର ମୃତ୍ୟୁରେ ଅନ୍ୟ ଷଣ୍ଢ ମାନେ ପାଖକୁ ଆସି ଶୋକ ବ୍ୟକ୍ତ କରୁଥିବା ମନେ ହେଇଥିଲା। ଷଣ୍ଢର ଶବ ଟି ରାସ୍ତାରେ ପଡ଼ି ରହିଥିବାରୁ ଟ୍ରାଫିକ ଜାମ ହୋଇଥିଲା।