ମୁଖ୍ୟ ଖବର

ଅନୁଗୁଳରେ ଶୀତର ପ୍ରକୋପ ଜାରି

By Biswaranjan Pattnaik

December 19, 2023

ଅନୁଗୁଳ: ଅନୁଗୁଳରେ ଶୀତର ପ୍ରକୋପ ଜାରି ରହିଛି। ଗତ ଦୁଇ ଦିନ ଧରି ଅନୁଗୁଳର ତାପମାତ୍ରା ୯.୦ ଡିଗ୍ରୀ ସେଲସିୟସ ରହିଛି।ଏହା ଫଳରେ ପ୍ରଚଣ୍ଡ ଥଣ୍ଡା ଅନୁଭୂତ ହେଉଛି।ରାତିରେ ତାପମାତ୍ରା ଅଧିକ ଖସୁଥିବା ଲକ୍ଷ କରାଯାଉଛି।

ଥଣ୍ଡା ଯୋଗୁଁ ବାସହୀନ ଲୋକ ମାନେ ବେଶ୍ କଷ୍ଟ ପାଉଛନ୍ତି।ପୌରପାଳିକା ଆଶ୍ରୟ ସ୍ଥଳ ବିଷୟରେ ସଚେତନ ନ ଥିବାରୁ ସେମାନେ ରାତିରେ ବିଭିନ୍ନ ଦୋକାନ ବାରଣ୍ଡାରେ ଶୋଇ ଯାଉଛନ୍ତି। ଆଗାମୀ କିଛିଦିନ ଧରି ଏ ଶୀତ ଲହର ଜାରି ରହିବ ବୋଲି ଅନୁମାନ କରାଯାଉଚି। ବଡି ଭୋର ଓ ସନ୍ଧ୍ୟା ସମୟରେ ଲୋକେ କାଠ ଜାଳି ରାସ୍ତାରେ ସେକି ହେଉଥିବା ଦେଖିବାକୁ ମିଳୁଛି।