ଅନୁଗୁଳ: ଅନୁଗୁଳ ତୁରଙ୍ଗସ୍ଥିତ ଜୀ.ୟୁ ଫାଇନାନସିଆଲ ସର୍ଭିଶେଷ ପକ୍ଷରୁ ୭୬ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏହି ସମାରୋହରେ ଶାଖା ପରିଚାଳକ ସରୋଜ କୁଜୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ପ୍ରେମର ବାର୍ତା ଦେଇଥିଲେ। ଭାରତ ଭଳି ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଏବେ ବିକାଶ ରାସ୍ତାରେ ଚାଲିଛି। ଭାରତର ସମ୍ବିଧାନ ଦେଶର ଉନ୍ନତି ଦିଗରେ ଯଥେଷ୍ଠ ସହାୟକ ହୋଇଛି। ଦେଶପ୍ରେମ ମନଭାବ ନେଇ ସମସ୍ତେ କାମ କରିବାକୁ ଶ୍ରୀ କୁଜୁର ପରାମର୍ଶ ଦେଇଥିଲେ। ଏହି ସମାରୋହରେସମସ୍ତ ଶାଖା କର୍ମଚାରୀ ଉପସ୍ଥିତ ଥିଲେ।