ଅନ୍ୟାନ୍ୟ

ଆଜିଠୁ ଗଦାଶିଳାରେ ଏକ ସପ୍ତାହବ୍ୟାପୀ ମହିଳା ସମାବେଶ ଆରମ୍ଭ: ମହିଳାମାନେ ସଂଗଠିତ ହୋଇ ସୁସ୍ଥ ସମାଜ ଗଢ଼ିବାକୁ ଆହ୍ବାନ

By Angul TV Bureau

March 02, 2025

ଅନୁଗୁଳ: ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ। ଏ ଅବସରରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ମାର୍ଚ୍ଚ ୨ ରୁ ୮ ତାରିଖ ଏକ ସପ୍ତାହ ବ୍ୟାପୀ ଏକ ମହିଳା ସମାବେଶ ଆରମ୍ଭ ହୋଇଛି। ଗଦାଶିଳାସ୍ଥ ବାଜିରାଉତ ସ୍ମୃତି ପାଠାଗାର ଠାରେ ଆଜିଠୁ ଆୟୋଜିତ ହୋଇଥିବା ଏହି ସମାବେଶରେ କଣିହାଁ ବ୍ଲକ କମିଟି ସଭାନେତ୍ରୀ ପ୍ରଗତିବାଳା ନାୟକ ସଭାପତିତ୍ୱ କରିଥିଲେ। ମୁଖ୍ଯ ଅତିଥି ଭାବେ ଏସୟୁସିଆଇ(କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା ସଂପାଦକ ଭିକାରୀ ପ୍ରଧାନ, ମୁଖ୍ଯବକ୍ତା ଭାବେ ଏଆଇଏମଏସଏସର ଜିଲ୍ଲା ସଂପାଦିକା ମାନସୀ ସ୍ୱାଇଁ ଯୋଗ ଦେଇ ସମାଜରେ ବଢିଚାଲିଥିବା ନାରୀ ନିର୍ଯାତନା ରୋକିବା ଉପରେ ସମସ୍ତେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ।

ସଂଗଠିକା ନିର୍ମଳା ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପଙ୍କଜିନୀ ସିଂହ କେରଳରେ ଚାଲିଥିବା ଆଶା କର୍ମୀମାନଙ୍କ ଆନ୍ଦୋଳନ ସମର୍ଥନରେ ଏକ ପ୍ରସ୍ତାବ ଆଗତ କରିଥିଲେ। ଶେଷରେ ସଂଗଠନର କଣିହାଁ ବ୍ଲକ କମିଟି ସଂପାଦିକା ମିନତୀ ସାମଲଙ୍କ ପରିଚାଳନାରେ ପ୍ରଗତିଶୀଳ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।