ଅନ୍ୟାନ୍ୟ

ଅନଗୁଳରେ ଗଡ଼ିଲା ବିଶ୍ୱ ଜନସଂଖ୍ୟା ସଚେତନ ରଥ

By Biswaranjan Pattnaik

July 11, 2021

ଅନୁଗୁଳ: ଅନୁଗୁଳ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ରବିବାର ବିଶ୍ୱ ଜନସଂଖ୍ୟା ଦିବସ ପାଇଁ ସ୍ଥିରତା ପକ୍ଷ ଆରମ୍ଭ ହୋଇଛି। ଏଥିପାଇଁ ଅନୁଗୁଳ ଜିଲା ମୂଖ୍ୟ ଚିକିତ୍ସାଳୟରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରାମ୍ଭ କରିଛନ୍ତି। ଜନ ସଂଖ୍ୟାରେ ସ୍ଥିରତା ପାଇଁ ଏହି ରଥ ଜିଲାର ବିଭିନ୍ନ ଅଞ୍ଚଳ ବୁଲି ଜନ ସାଧାରଣଙ୍କୁ ସଚେତନ କରାଇବ ବୋଲି ଡା. ପ୍ରଧାନ କହିଛନ୍ତି।