ମୁଖ୍ୟ ଖବର

ଅନୁଗୁଳରେ ଗଡ଼ିଲା ୪ ଇ-ରିକ୍ସା, ମିଶନ ଶକ୍ତି କରିବ ପରିଚାଳନା

By Angul TV Bureau

May 31, 2023

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ପକ୍ଷରୁ ୪ ଟି ବ୍ୟାଟେରୀଚାଳିତ ରିକ୍ସାକୁ ବିଧାନସଭା ଉପ-ବାଚସ୍ପତି ତଥା ବିଧାୟକ ରଜନୀକାନ୍ତ ସିଂହ ଉଦଘାଟନ କରିଛନ୍ତି। ଏହି ଇ-ରିକ୍ସା ମିଶନ ଶକ୍ତି ଦ୍ୱାରା ପରିଚାଳିତ ହେବ। ଏଥିରେ ଲୋକେ ସୁଲଭ ମୂଲ୍ୟରେ ଯାତାୟାତ କରି ପାରିବେ।

ଏ ଅବସରରେ ନୂତନ ବସଷ୍ଟାଣ୍ଡର ପ୍ରବେଶ ରାସ୍ତା ଅର୍ଥାତ୍ ADTOA ଠାରୁ ତାମ୍ରିତ କଲୋନୀ ରାସ୍ତାକୁ ୧କୋଟି ୩୬ଲକ୍ଷ ବ୍ୟୟ ଅଟକଳରେ ନୂତନ ପିଚୁ ରାସ୍ତା ତିଆରି ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା। ଉଭୟ କାର୍ଯ୍ୟକ୍ରମରେ ବିଧାୟକ ରଜନୀକାନ୍ତ ସିଂହ, ସାଂସଦ ମହେଶ ସାହୁ, ନଗରପାଳ ଅକ୍ଷୟ ସାମନ୍ତ, ଉପ-ନଗରପାଳ, କାଉନସିଲର ବୃନ୍ଦ, ଅରୁଣାଭ ସିଂହ, ସୁଜିତ ଦ୍ବିବେଦୀ, ବୃନ୍ଦାବନ ସ୍ୱାଇଁ, ଅଜିତ ଦ୍ବିବେଦୀ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ, ବସ ଆସୋସିଏସନ କର୍ତ୍ତୃପକ୍ଷ ଓ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।