ମୁଖ୍ୟ ଖବର

ଗଜଲକ୍ଷ୍ମୀ ଭସାଣି ଶୋଭାଯାତ୍ରା: ଲଟେରୀରେ ସ୍ଥିର ହେଲା ମେଢ଼ଙ୍କ କ୍ରମ

By Biswaranjan Pattnaik

October 31, 2026

ଅନୁଗୋଳ: ଆସନ୍ତା ୪ ତାରିଖରେ ଅନୁଗୋଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥିରେ କେଉଁ ପୂଜା କମିଟି କେଉଁ କ୍ରମରେ ଯିବ, ତାହା ସ୍ଥିର କରିବା ପାଇଁ ଆଜି ଲଟେରୀ  ଉଠାଣ କରାଯାଇଥିଲା।

ଏଥିରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କେନ୍ଦ୍ରୀୟ ପୂଜା କମିଟିର ସଭାପତି ସୁନୀଲ କୁମାର ସାହୁ, ସମ୍ପାଦକ ଦିଲ୍ଲୀପ କୁମାର ପ୍ରଧାନଙ୍କ ସମେତ ଉପଦେଷ୍ଟା, ସଦସ୍ୟ ଓ ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଉପସ୍ଥିତ ଥିଲେ।

ଲଟେରୀ ଅନୁସାରେ ପୁରୁଣା ସୂଚନା ବଜାର ପ୍ରଥମ, ହାଟଛକ ଦ୍ୱିତୀୟ, ହନୁମାନ ବଜାର ତୃତୀୟ, ନ୍ୟୁ ଡେଲି ମାର୍କେଟ ଚତୁର୍ଥ ଓ ପୁରୁଣା ବସଷ୍ଟାଣ୍ଡ ପଞ୍ଚମ ସ୍ଥାନରେ ରହିଛି। ଶେଷରେ ୧୪ ନମ୍ବର କଲେଜ ଛକ ମେଢ଼ ଯିବ। ଭସାଣି ଶୋଭାଯାତ୍ରା ଅପରାହ୍ଣ ୩ଟାରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି।

କାର୍ଯ୍ୟକ୍ରମରେ ଅମରେଶ ସ୍ୱାଇଁ ଧନ୍ୟବାଦ ଦେଇଥିବା ବେଳେ ପବନ ମାଣ୍ଡୋଠିଆ ମଞ୍ଚ ପରିଚାଳନା କରିଥିଲେ।