ମୁଖ୍ୟ ଖବର

ବିଦ୍ୟୁତ୍ ପ୍ରହରୀ ଓ ଗଜ ସାଥୀ ତାଲିମ କାର୍ଯ୍ୟକ୍ରମ

By Biswaranjan Pattnaik

December 02, 2025

ଅନୁଗୁଳ: ଅନୁଗୁଳ ବ୍ଲାକ ଡ଼ାଇମଣ୍ଡ ସଭା କକ୍ଷ ରେ ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ବିଦ୍ୟୁତ୍ ପ୍ରହରୀ ଓ ଗଜ ସାଥୀ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଗୁଳ ଆରସିସିଏଫ୍ ଡ଼ା ସଞ୍ଜୟ କୁମାର ସ୍ବାଇଁ, ଡିଏଫ୍ଓ ନୀତିଶ କୁମାର, ଅବସରପ୍ରାପ୍ତ ଏସପି(ଜଏଣ୍ଟ ଟାସ୍କ ଫୋର୍ସ) କିଶୋର କୁମାର ପାଣିଗ୍ରାହୀ, ସିଦ୍ଧାର୍ଥ ଜୈନ, ଏସିଏଫ୍ ଏବଂ ସାତକୋଶିଆ ଡିଭିଜନ, ଆଠମଲ୍ଲିକ ଡିଭିଜନର ପଦସ୍ଥ ଅଧିକାରୀ ମାନେ ଅତିଥି ରୂପେ ସମାରୋହରେ ଯୋଗ ଦେଇଥିଲେ।

ଜଙ୍ଗଲ ସୁରକ୍ଷା ସହ ବନ୍ୟ ଜନ୍ତୁ ଓ ମଣିଷ ମଧ୍ୟରେ ବିବାଦ ହ୍ରାସ ନେଇ ବୈଠକରେ ଆଲୋଚନା ହୋଇଥିଲା।ଭୋଲ୍ଟେଜ୍ ଟେଷ୍ଟିଂ ଯନ୍ତ୍ରର ବ୍ୟବହାର, ବେଆଇନ ହୁକିଙ୍ଗ ଚିହ୍ନଟ କୌଶଳ, ହାତୀ ମାନଙ୍କ ବ୍ୟବହାର, ସେମାନଙ୍କ ସମ୍ଭାବ୍ୟ ଗତିପଥ ନିର୍ଣ୍ଣୟ ଆଦି ଉପରେ ଗଜସାଥୀ, ସ୍ଥାନୀୟ ସ୍ବେଚ୍ଛାସେବୀ ଓ ଅନ୍ୟ କର୍ମଚାରୀ ମାନଙ୍କୁ ତାଲିମ ଦିଆଯାଇଥିଲା।