ଘଟଣା ଓ ଦୁର୍ଘଟଣା

ଜଙ୍ଗଲ ଭିତରେ ଜୁଆ ଖେଳ, ୧୩ ଜଣଙ୍କୁ ଗିରଫ କଲା ରେଙ୍ଗାଳି ପୋଲିସ

By Angul TV Bureau

June 25, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ସାଇଟ ଥାନା ଅନ୍ତର୍ଗତ କଦଳୀପାଳ ଜଙ୍ଗଲରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ଗତ ୨୪ ତାରିଖରେ ହୋଇଥିବା ଏହି ଚଢ଼ାଉରେ ୧୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା।

ଘଟଣାସ୍ଥଳରୁ ୪୪,୯୧୦ ଟଙ୍କା ନଗଦ, ୧୩ଟି ମୋବାଇଲ ଫୋନ ଏବଂ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ସହିତ ୧୩ଟି ଗାଡ଼ି (ବାଇକ, କାର ଓ ଅଟୋ) ଜବତ କରାଯାଇଛି। ଏନେଇ ଥାନାରେ ‘ଓଡ଼ିଶା ପ୍ରିଭେନସନ ଅଫ୍ ଗ୍ୟାମ୍ବଲିଙ୍ଗ ଆକ୍ଟ’ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଗିରଫ ଅଭିଯୁକ୍ତମାନେ ଥାନାରେ ଅଟକ ଥିବାବେଳେ, ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଆଜି ସେମାନଙ୍କୁ ଜାମିନରେ ମୁକ୍ତ କରାଯାଇଛି। ତେବେ ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।