ଅନ୍ୟାନ୍ୟ

ଗୁରୁକୁଳ କ୍ଲାସେସରେ ଗାନ୍ଧୀ ଜୟନ୍ତୀ ପାଳିତ

By Angul TV Bureau

October 03, 2026

ଅନୁଗୋଳ: ଅମଳାପଡା ଷଷ୍ଠ ଲେନ୍ ସ୍ଥିତ ଗୁରୁକୁଳ କ୍ଲାସେସ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରିଚାଳକ ଘନଶ୍ୟାମ ପାଳ ଛାତ୍ରଛାତ୍ରୀଙ୍କୁ ସତ୍ୟ, ଅହିଂସା ଓ ଶାନ୍ତି ମାର୍ଗରେ ଚାଲିବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ ଓଡ଼ିଆ ଶିକ୍ଷକ ଜିତେନ୍ କୁମାର ଦାଶ ଗାନ୍ଧିଜୀଙ୍କ ଜୀବନ ଦର୍ଶନ, ସତ୍ୟାଗ୍ରହ ଆନ୍ଦୋଳନ ଓ ସ୍ୱଚ୍ଛତାର ମହତ୍ତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।

ଶେଷରେ ହିନ୍ଦୀ ଶିକ୍ଷକ ନିର୍ମଳ ଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଚକୋଲେଟ୍ ବଣ୍ଟନ କରାଯାଇଥିଲା।