ମୁଖ୍ୟ ଖବର

ବାମୁରରେ ପାଳିତ ହେଲା ଗାନ୍ଧୀଜିଙ୍କ ରାତ୍ରି ଯାପନ ସ୍ମୃତି ଦିବସ

By Angul TV Bureau

May 06, 2026

ଅନୁଗୁଳ: ମହାତ୍ମାଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବାମୁର ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ରାତ୍ରି ଯାପନ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଟ୍ରଷ୍ଟ ସଭାପତି ତଥା ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା, ବିଡିଓ ଶୁଭକାନ୍ତ ନାଏକ, ତହସିଲଦାର ବିକ୍ରମ କେଶରୀ ନାଏକ, ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ, ଟ୍ରଷ୍ଟ ସମ୍ପାଦକ ଗୋକୁଳାନନ୍ଦ ପ୍ରଧାନ ଓ ଆଇଆଇସି ହରେକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ସ୍ମୃତିଚାରଣ କରିଥିଲେ।

କାର୍ଯ୍ୟକ୍ରମରେ ଡାକ ବଙ୍ଗଳା ଓ ଟ୍ରଷ୍ଟ ପରିସରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ତିଳତର୍ପଣ କରାଯାଇଥିଲା।