ଅନୁଗୋଳ: ପବିତ୍ର ଗଣେଶ ପୂଜା ଅବସରରେ ଅନୁଗୋଳ ଓକିଲ ସଂଘ ପକ୍ଷରୁ ଜିଲ୍ଲା କୋର୍ଟ ପରିସରସ୍ଥ ସଂଘ କାର୍ଯ୍ୟାଳୟରେ ଗଣେଶ ପୂଜା ମହାଆଡମ୍ବରରେ ପାଳିତ ହୋଇଛି।
ଏହି ଅବସରରେ ସଂଘ ସଭାପତି ଦିଲ୍ଲୀପ କୁମାର ସାହୁ, ଉପ-ସଭାପତି ପ୍ରଦୀପ୍ତ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ନିରୋଦ କୁମାର ମିଶ୍ର, ସହ-ସମ୍ପାଦକ ପ୍ରଭୁ ପ୍ରସାଦ ପ୍ରଧାନ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠୀ, ସାଂସ୍କୃତିକ ସମ୍ପାଦିକା ଜ୍ୟୋସ୍ନାମୟୀ ସାହୁଙ୍କ ସମେତ ବରିଷ୍ଠ ଆଇନଜୀବୀ ଭବାନୀ ପ୍ରସାଦ ମିଶ୍ର, ଭରତ ପଣ୍ଡା, ଜ୍ୟୋତି ତ୍ରିପାଠୀ, ଗଣେଶ୍ୱର ସାହୁ ଓ ଅନ୍ୟ ବହୁ ଆଇନଜୀବୀ ପୂଜାରେ ସାମିଲ ହୋଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଆଇନଜୀବୀ ଅଶୋକ ରଥ ପୂଜାର୍ଚ୍ଚନା କରିଥିଲେ। ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।