ଅନ୍ୟାନ୍ୟ

ବାସନ୍ତୀ ଦୁର୍ଗା ପଡ଼ିଆରେ ଗଣେଶ ପୂଜା

By Angul TV Bureau

August 28, 2025

ଅନୁଗୁଳ: ଅମଲାପଡ଼ା ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ନିତିକାନ୍ତି ସହ ପାଳିତ ହୋଇଯାଇଛି। ଏ ଅବସରରେ ସକାଳ ୧୦ ଟା ସମୟରେ ପୂଜା ଆରମ୍ଭ ହୋଇଥିଲା ଦିନ ୧୧ ଟା ସମୟରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଅପରାହ୍ନ ଗୋଟାଏ ବେଳେ ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା।ବାସନ୍ତୀ ଦୁର୍ଗାପୂଜା କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ,ସମ୍ପାଦକ ଅନୁପ କୁମାର ମହାନ୍ତି ଙ୍କ ସମେତ ଉପଦେଷ୍ଟା ଆଇନଜୀବୀ ପ୍ରଦୀପ ଦେବତା, ସାହି ବାସିନ୍ଦା,ବୁଦ୍ଧିଜୀବୀ ଓ ଅନ୍ୟ ସଦସ୍ୟ ମାନେ ପୂଜାରେ ଯୋଗ ଦେଇଥିଲେ।