ଘଟଣା ଓ ଦୁର୍ଘଟଣା

ଘରୁ ୧୨ କିଲୋ ଗଞ୍ଜେଇ ସହ ବନ୍ଧୁକ ଜବତ, ଅଭିଯୁକ୍ତ ଗିରଫ

By Angul TV Bureau

March 22, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ପୁଲିସ ଦମଦର ଗ୍ରାମରେ ଚଢ଼ଉ କରି ୧୨ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି।ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇ କିଶୋରନଗର ଆଇଆଇସି ବିଭୂତି ପ୍ରଧାନ ସଦଳବଳେ ଦମଦର ଗ୍ରାମର ଶମ୍ଭୁନାଥଙ୍କ ଘରେ ଚଢ଼ଉ କରିଥିଲେ। ତାଙ୍କ ଘରୁ ୧୨ କେଜି ଗଞ୍ଜେଇ ସହ ଏକ ଚୋରା ବନ୍ଧୁକ ଜବତ କରିଛି ପୋଲିସ। ଏହି ଗଞ୍ଜେଇକୁ ସେ ରାଜ୍ୟ ବାହାରକୁ ଚାଲାଣ କରିବାକୁ ରଖିଥିଲେ ବୋଲି ଜଣାଯାଇଛି। ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଆଠମଲ୍ଲିକ କୋର୍ଟ ଚାଲାଣ କରିଛି।