ଘଟଣା ଓ ଦୁର୍ଘଟଣା

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୁଲିସ: ୪.୮କେଜି ଜବତ, ଅଭିଯୁକ୍ତ ଗିରଫ

By Angul TV Bureau

June 03, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ରଣିଆକଟା ଶିବମନ୍ଦିର ନିକଟସ୍ଥ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

ସୂଚନା ଅନୁଯାୟୀ ଗତକାଲି ରାତିରେ ରଣିଆକଟାର ପ୍ରଦୀପ ଦେହୁରୀ ଏକ ବ୍ୟାଗରେ ୪କିଲୋ୮୦୦ ଗ୍ରାମ ଗଞ୍ଜେଇ ଚୋରାଚାଲାଣ କରୁଥିଲେ। ସେମାନେ ମନ୍ଦିର ଛକ ରାସ୍ତାରେ ଠିଆ ହୋଇଥିବା ବେଳେ ଖବର ପାଇ ଆଇଆଇସି ବିଭୂତି ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ମାଡ଼ିବସିଥିଲେ। ଯାଞ୍ଚ କରିବା ବେଳେ ବ୍ୟାଗରୁ ଗଞ୍ଜେଇ ମିଳିଥିଲା। ପୁଲିସ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।