ମୁଖ୍ୟ ଖବର

୧୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

By Biswaranjan Pattnaik

December 28, 2024

ଅନୁଗୁଳ: ଆଜି ଅନୁଗୁଳ ଟାଉନ ଥାନା ପୋଲିସ ଗୋପୀନାଥପୁରର ମୁନା ଖିଲାର ଓରଫ ଅରବିନ୍ଦ ଖିଲାରଙ୍କ ଘରେ ଗଞ୍ଜେଇ ଥିବା ଖବର ପାଇଁ ଅନୁଗୁଳ ଆଇଆଇସି ନିର୍ଦ୍ଦେଶ କ୍ରମେ ଗାଁରେ ଏକ ଟିମ୍ ଚଢ଼ାଉ କରିଥିଲେ।

ପୋଲିସ ଟିମ ମାଜିଷ୍ଟ୍ରେଟଙ୍କ ସହ ଖରାବେଳେ ମୁନା ଖିଲାରଙ୍କ ଘରେ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ଡାଇନିଂ ରୁମରୁ ୧୫ କେଜି ୯୨୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ମୁନାର ସ୍ତ୍ରୀ ନିତୁ ଖିଲାର ତା’ ସ୍ୱାମୀ ଏହାକୁ କୋରାପୁଟରୁ ଆଣି ଗାଁରେ ବିକୁଥିବା ସ୍ୱୀକାର କରିବା ପରେ ତାକୁ ଗିରଫ କରାଯାଇଥିଲା। ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି।