ଘଟଣା ଓ ଦୁର୍ଘଟଣା

୪ କିଲୋ ୮୭୦ ଗ୍ରାମ ଗଞ୍ଜେଇ ଜବତ, ଦୁଇ ଗିରଫ

By Angul TV Bureau

June 28, 2024

 

ଆଠମଲ୍ଲିକ: ଆଠମଲ୍ଲିକ କିଆକଟା ରାଜ୍ୟ ରାଜପଥ ମାଣିକ ପଥର ଠାରେ ଗଞ୍ଜେଇ ଚାଲାଣ ହେଉଥିବା ବାଇକକୁ ଧରିଛି ପୋଲିସ। ୪ କିଲୋ ୮୭୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ବୌଦ୍ଧ ଅଞ୍ଚଳରୁ ଏକ ବାଇକ (OR15 M 5932) ରେ ଦୁଇ ଜଣ ଗଞ୍ଜେଇ ଧରି ଆସୁଥିବା ନେଇ ଆଠମଲ୍ଲିକ ଥାନାକୁ ସ୍ପେଶାଲ ସ୍କ୍ୱାର୍ଡ ସୂଚନା ଦେଇଥିଲା। ଖବର ପାଇ ଆଠମଲ୍ଲିକ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ମାଣିକ ପଥର ଠାରେ ବାଇକକୁ ଅଟକାଇ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲେ। ଗିରଫ ଦ୍ବୟ ହେଉଛନ୍ତି ବୌଦ୍ଧ ଜିଲ୍ଲା ବୁଟୁ ପାଲି ଅଞ୍ଚଳର ଲୋକନାଥ ମେହେର ଏବଂ କିଶୋର ନଗର ବ୍ଲକ ଦାମୋଦର ଗ୍ରାମର ଶମ୍ଭୁନାଥ ନାୟକ। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।