ଅନ୍ୟାନ୍ୟ

ପରିମଳ ପାଇଁ ଅଳିଆ ଗାଡ଼ି ଲୋକାର୍ପିତ

By Angul TV Bureau

July 13, 2021

ଅନୁଗୁଳ: ପବିତ୍ର ରଥଯାତ୍ରାରେ ଲୋକାର୍ପିତ ହୋଇଛି ଅନୁଗୁଳ ପୌରପାଳିକାର ନୂଆ ଅଳିଆ ଗାଡ଼ି। ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଗାଡ଼ିଗୁଡ଼ିକୁ ଲୋକାର୍ପିତ କରିଛନ୍ତି | ମ୍ୟୁନିସିପାଲିଟିରେ ବର୍ତମାନ ସଫେଇ ସମସ୍ୟା ଲାଗି ରହିଥିବା ବେଳେ ଘରକୁ ଘର ବୁଲି ଓଦା ଏବଂ ଶୁଖିଲା ଅଳିଆ ସଂଗ୍ରହ ପାଇଁ ଏ ଗାଡ଼ି ଗୁଡ଼ିକୁ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପୌରପାଳିକା ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସମେତ ପୌରପାଳିକା କର୍ମଚାରୀମାନେ ଉପସ୍ଥିତ ଥିଲେ।