ଅନୁଗୁଳ: ଅନୁଗୁଳ କିଶୋରନଗର ବ୍ଲକ ହଣ୍ଡପା ଗ୍ରାମର ସଂଗ୍ରାମ ବିଶ୍ୱାଳଙ୍କ ଘରୁ ଏକ ଗରୁଡ଼ ପକ୍ଷୀ ଉଦ୍ଧାର କରାଯାଇଛି। ଗରୁଡ଼ ପକ୍ଷୀଟି ରାତିରେ ତାଙ୍କ ଘର ଭିତରକୁ ପଶି ଆସିଥିଲା। ପରେ ମାଧପୁର ଅଞ୍ଚଳର ସିଦ୍ଧେଶ୍ୱର ରଥ ଉକ୍ତ ପକ୍ଷୀକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ପରେ ଗରୁଡ଼ ପକ୍ଷୀକୁ ହଣ୍ଡପା ବନ ବିଭାଗ ଜରିଆରେ ନିକଟସ୍ଥ ଜଙ୍ଗଲରେ ଛଡ଼ାଯାଇଥିଲା।