ମୁଖ୍ୟ ଖବର

ମାଛ ଭାଜିବା ହେଲା କାଳ! ଗ୍ୟାସ୍ ସିଲିଣ୍ଡର ଫାଟି ୫ ଗୁରୁତର, ଜଣେ ଆହତ

By Biswaranjan Pattnaik

April 03, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳମୂଳ ପାଟଣା ସାହିରେ ଗ୍ୟାସ୍ ସିଲିଣ୍ଡର ଫାଟି ୫ ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ ସାଢେ଼ ବାରଟା ସମୟରେ ତଳମୂଳ ପାଟଣା ସାହିର ସର୍ବେଶ୍ଵର ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଘରେ ମାଛ ଭାଜୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡର ଲିକ୍ ଥିବା ଜାଣି ପାରି ପୁଅ ସଂଗ୍ରାମକୁ ଡାକିଥିଲେ। ଏହା ଦେଖି ସଂଗ୍ରାମ ଗ୍ୟାସ୍ ସିଲିଣ୍ଡରକୁ ବାହାରକୁ ଫିଙ୍ଗି ଦେଇଥିଲେ। କିନ୍ତୁ ଗ୍ୟାସ୍ ଟାଙ୍କିଟି ବାହାରକୁ ନ ଯାଇ ଘର ଭିତର ଆଡ଼କୁ ଫେରି ଆସି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ସୁମିତ୍ରା ସାହୁ (୪୮), ସ୍ଵାମୀ ସର୍ବେଶ୍ଵର ସାହୁ (୫୫), ବାବୁଲା ସାହୁ (୪୮), ପୁଅ ରଞ୍ଜିତ ସାହୁ ଓ ପୁତୁରା ସଂଗ୍ରାମ ସାହୁ ଗୁରୁତର ହୋଇଥିବା ବେଳେ ତପସ୍ୱିନୀ ସାହୁ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ୬ ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତିନି ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।ଅନୁଗୁଳରେ ବର୍ନ କେଆର ୟୁନିଟ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନ ଥିବାରୁ ଗୁରୁତର ରୋଗୀଙ୍କ ଚିକିତ୍ସା କରାଯାଇ ପାରୁନାହିଁ।